ହେମୋଫିଲିଆ ରୋଗୀଙ୍କ ସହାୟତା କରିବ ଟାକେଡା
ଭୁବନେଶ୍ୱର,୧୭ ଏପ୍ରିଲ୍: ବିଶ୍ୱ ହେମୋଫିଲିଆ ଦିବସ ଅବସରରେ ଟାକେଡା ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଲିମିଟେଡର ଅଂଶବିଶେଷ ଟାକେଡା ଇଣ୍ଡିଆ ପକ୍ଷରୁ ହେମୋଫିଲିଆ ରୋଗୀଙ୍କ ସହାୟତା ପାଇଁ ଥ୍ରୀ-ଏ ପ୍ରୟାସ ଆରମ୍ଭ କରିବା ସମ୍ପର୍କରେ ଘୋଷଣା କରିଛି । ଏହା ଅନ୍ତର୍ଗତ ଆୱାରନେସ୍, ଆକ୍ସେସ୍ବିଲିଟି ଏବଂ ଆଭଲେବିଲିଟି ଆଦି ଉପରେ ଗୁରୁତ୍ୱାରୋପ କରାଯିବ ।
ଭାରତରେ ହେମୋଫିଲିଆ ରୋଗୀଙ୍କ ସଂଖ୍ୟା ୧,୩୬,୦୦୦ ରହିଛି । ସେମାନଙ୍କ ସଂଖ୍ୟା ପ୍ରତି ୧୦,୦୦୦ ଶିଶୁପୁତ୍ରଙ୍କ ମଧ୍ୟରେ ୧ ଜଣ ରହିଛି ।ସେମାନଙ୍କ ମଧ୍ୟରୁ ପ୍ରାୟ ୧୯,୬୯୦ ହେମ୍-ଏ ରୋଗୀଙ୍କ ପଞ୍ଜିକରଣ କରାଯାଇଛି । ଏହି ଚିହ୍ନଟ ପ୍ରକ୍ରିୟା ୧୩% ରହିଛି । ଶିଶୁଙ୍କ ମଧ୍ୟରେ ହିମୋଫିଲିଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୧୮ ବର୍ଷରୁ କମ୍ ବୟସ୍କ ୯୧% ଏପିସୋଡିକ୍ ଥେରାପି ଗ୍ରହଣ କରୁଛନ୍ତି । ୧୨ ବର୍ଷ ବୟସ୍କ ୮୫.୭% ରୋଗୀ ଆଣ୍ଠୁଗଣ୍ଠି ସମସ୍ୟା ଭୋଗୁଛନ୍ତି । ଏହି ଥେରାପି ଜରୁରୀକାଳୀନ ସ୍ଥିତିରେ ପ୍ରଦାନ କରାଯାଇଥାଏ ।ଏହି ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବାର ଆବଶ୍ୟକତା ରହିଛି ।
ଏହି ଅବସରରେ ବାଲୁକାକଳା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ କହିଲେ, ଟେକେଡା ସହିତ ମିଳିତ ହୋଇ କାର୍ଯ୍ୟ କରିବାର ସୁଯୋଗ ମିଳିଥିବାରୁ ମୁଁ ବେଶ୍ ଆନନ୍ଦିିତ । ସଚେତନତା ସୃଷ୍ଟି ଦ୍ୱାରା ଚିକିତ୍ସା ସୁଯୋଗ ଗ୍ରହଣ କରିପାରୁ ନଥିବା ରୋଗୀ ବେଶ୍ ଉପକୃତ ହୋଇପାରିବେ । ମୋ କଳା ମାଧ୍ୟମରେ ମୁଁ ସେଭଳି ଲୋକଙ୍କୁ ସଚେତନ କରିବାର ପ୍ରୟାସ କରିବି । ଟାକେଡା ପକ୍ଷରୁ ହେମୋଫିଲିଆ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ପ୍ରୟାସ ଜାରି ରହିଛି । ଏହା ରୋଗୀଙ୍କୁ ଇନୋଭେଟିଭ୍ ଚିକିତ୍ସା ସୁବିଧା ଯୋଗାଇ ଦେଇଥାଏ । ଏନେଇ ରୋଗୀଙ୍କ ଲାଗି ପୂର୍ଣ୍ଣ ସମ୍ପର୍କ ନାମକ ଏକ ସହାୟତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହାଦ୍ୱାରା ରୋଗୀ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ପରାମର୍ଶ, ଚିହ୍ନଟ, ଫିଜିଓଥେରାପି, ନର୍ସିଂ, ଆବଶ୍ୟକ ଶିକ୍ଷା ଆଦି ଯୋଗାଇ ଦିଆଯାଉଛି ।
ଏହି ଅବସରରେ ଟେକେଡା ଇଣ୍ଡିଆର ମାର୍କେଟ ଆକ୍ସେ୍ସ୍ ଏବଂ ପ୍ରାଇସିଂ ମୁଖ୍ୟ ଗୋପାଳ ଅଗ୍ରୱାଲ କହିଲେ, ଟେକେଡା ରୋଗୀଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦେଉଥିବା ଏକ ସଂସ୍ଥା ।ଏହି ସଂସ୍ଥା ରୋଗୀଙ୍କୁ ଜୀବନ ଧାରଣ ମାନରେ ଉନ୍ନତି ଆଣିବା ସହିତ ତାଙ୍କୁ ସାଧାରଣ ଭାବେ ବଂଚିବାରେ ସହାୟତା କରିଥାଏ । ଆଂଟିହେମୋଫିଲିକ୍ ଫ୍ୟାକ୍ଟର(ଏଏଚ୍ଏଫ୍) ଉପଲବ୍ଧ କରାଇ ଦେଶରେ ଚିକିତ୍ସାକୁ ଅଧିକ ସହଜ କରିବା ଲାଗି ଏହା ଉଦ୍ୟମ କରିବା ସହିତ ସଚେତନତା ସୃଷ୍ଟି, ସୁବିଧା ଯୋଗାଣ ଏବଂ ଭିତିଭୂମି ବିକାଶ କ୍ଷେତ୍ରରେ କାର୍ଯ୍ୟ କରିଥାଏ । ଚିକିତ୍ସା ମାନରେ ଉନ୍ନତି ପାଇଁ ପ୍ରତିଷେଧକ ଚିକିତ୍ସା (ପ୍ରୋଫାଇଲାକ୍ସିସ୍)ର ଆବଶ୍ୟକତା ହୋଇଥାଏ । ଏଥିପାଇଁ ହୋମ୍ ଥେରାପି ଜରୁରୀ । ଭାରତରେ କମ୍ ସ୍ଥାନରେ ହୋମ୍ ଥେରାପି ଉପଲବ୍ଧ ହେଉଛି ।ଏହାର ସଂଖ୍ୟାରେ ବୃଦ୍ଧି କରାଯିବାର ଆବଶ୍ୟକତା ରହିଛି । ଯାହାଦ୍ୱାରା ରୋଗୀ ସହଜରେ ଚିକିତ୍ସା ପାଇପାରିବେ ।
ଏହି ଅବସରରେ ଟେକେଡା ଇଣ୍ଡିଆର ମେଡିକାଲ ବ୍ୟାପାର ମୁଖ୍ୟ ଡ. ସନ୍ଦୀପ୍ ଆରୋରା କହିଲେ, ହୋମ୍କେୟାର ଥେରାପି ଏବେ ଭାରତରେ ସାଧାରଣ ଭାବେ ଉପଲବ୍ଧ ହୋଇ ପାରୁନାହିଁ । ମହାମାରୀ ସମୟରେ କେତେକ ସଂସ୍ଥା ହୋମ୍ ଥେରାପି ସୁବିଧା ଯୋଗାଇ ଦେଇଥିଲେ । ତେବେ ରୋଗୀଙ୍କୁ ଆବଶ୍ୟକ ଚିକିତ୍ସା ସହାୟତା ଯୋଗାଇ ଦେବା ପାଇଁ କେତେକ ପ୍ରୋଟୋକଲ ଏବଂ ମାର୍ଗଦର୍ଶିକା ଜାରି କରିବାର ଆବଶ୍ୟକତା ରହିଛି । ୨୦୨୧ ହେମୋଫିଲିଆ ଦିବସ ଅବସରରେ ସଚେତନା ସୃଷ୍ଟି ପାଇଁ ଟାକେଡା ପକ୍ଷରୁ ବିଶ୍ୱ ପ୍ରସିଦ୍ଧ ବାଲୁକାକଳା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ସହିତ ମିଳିତ ହୋଇ ପ୍ରୟାସ ଆରମ୍ଭ କରାଯାଇଛି । ସେ ଏପ୍ରିଲ୍ ୧୭ରେ ଓଡ଼ିଶାର ପୁରୀ ସମୁଦ୍ର କୂଳରେ ବାଲୁକା କଳା ମାଧ୍ୟମରେ ହେମୋଫିଲିଆ ସମ୍ପର୍କରେ ସଚେତନତା ସୃଷ୍ଟି କରିବେ ।