ଚତୁର୍ଥ ପର୍ଯ୍ୟାୟ ବିଧାନସଭା ପାଇଁ ୬୮ ଓ ଲୋକସଭା ପାଇଁ ୯ ନାମାଙ୍କନ ପତ୍ର ଦାଖଲ
ଭୁବନେଶର୍ୱ, ୦୬ ଅପ୍ରେଲ, ୨୦୧୯: ଓଡ଼ିଶାରେ ଚତୁର୍ଥ ପର୍ଯ୍ୟାୟ ବିଧାନସଭା ଆସନ ନିମନ୍ତେ ଆଜି ୧୯ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ଲୋକସଭା ଆସନ ପାଇଁ ୪ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଚତୁର୍ଥ ପର୍ଯ୍ୟାୟର ୪୨ଟି ବିଧାନସଭା ଆସନ ପାଇଁ ସର୍ବମୋଟ ୬୮ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ୬ଗୋଟି ଲୋକସଭା ଆସନ ପାଇଁ ସର୍ବମୋଟ ୯ ଜଣ ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
ନିର୍ବାଚନକୁ ଶାନ୍ତିଶୃଙ୍ଖଳା ସହ ପରିଚାଳନା କରିବା ନିମନ୍ତେ ବର୍ତ୍ତମାନ ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାରେ ୮୧୪୧ ଗୋଟି ଜାମିନ ବିହୀନ ପରୱାନା କାର୍ଯ୍ୟକାରୀ ହୋଇଛି । ଭାରତୀୟ ପିଙ୍ଗଳ କୋର୍ଡ ୧୦୭/୧୧୬ ଧାରା ଅନୁଯାୟୀ ୪୩୦୩୧ ଜଣଙ୍କୁ ଅଟକ ରଖାଯାଇଛି । ୪୮୨୫ ଗୋଟି ଲାଇସେନ୍ସପ୍ରାପ୍ତ ବନ୍ଧୁକ ସଂପୃକ୍ତ ଜିଲ୍ଲା ପ୍ରଶାସନଠାରେ ଜିମା ଦିଆଯାଇଛି । ଲାଇସେନ୍ସ ନଥିବା ୨୦୨ଟି ଅସ୍ତ୍ରଶସ୍ତ୍ର ଏବଂ ୧୩୬୧.୦୩୨ କିଲୋଗ୍ରାମ ବିସ୍ପୋରକ ଦ୍ରବ୍ୟ ଜବତ କରାଯାଇଛି । ଆଜି ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅବକାରୀ ବିଭାଗ ଓ ପୋଲିସ ସହାୟତାରେ ପ୍ରାୟ ୧୦୪୯୦୯.୪୨୦ ବá ଲିଟର ମଦ ଜବତ କରାଯାଇଛି ଯାହାର ଆନୁମାନିକ ମୂଲ୍ୟ ୩ କୋଟି ୧୯ ଲକ୍ଷ ୭୩ ହଜାର ୭୮୧ ଟଙ୍କା । ଆଜି ସୁଦ୍ଧା ରାଜ୍ୟରେ ଫ୍ଲାଇଂ ସ୍କ୍ୱାଡ୍ ଏବଂ ପୋଲିସ୍ ଦ୍ୱାରା ୨ କୋଟି ୧୯ ଲକ୍ଷ ୬ ହଜାର ୧୬୦ ଟଙ୍କା ଜବତ କରାଯାଇଛି । ଆଦର୍ଶ ଆଚରଣ ବିଧି ଉଲଂଘନ କରି ଆଜି ସୁଦ୍ଧା ସର୍ବସାଧାରଣ ସ୍ଥାନରେ ଲାଗିଥିବା ୩୦ ଲକ୍ଷ ୭୯ ହଜାର ୯୪ଟି ହୋର୍ଡିଂ, ପୋଷ୍ଟର ଆଦିକୁ ହଟାଇ ଦିଆଯାଇଛି । ସେହିପରି ଆଜି ସୁଦ୍ଧା ବ୍ୟକ୍ତିଗତ ମାଲିକାନାରେ ଥିବା ସ୍ଥାନରେ ବେଆଇନ୍ ଭାବେ ଲାଗିଥିବା ୨ ଲକ୍ଷ ୬୫ ହଜାର ୯୨୩ଟି ହୋର୍ଡିଂ, ପୋଷ୍ଟର ଆଦିକୁ ମଧ୍ୟ ବାହାର କରିଦିଆଯାଇଛି ।
ରାଜ୍ୟସ୍ତରରେ ଖୋଲାଯାଇଥିବା ନିୟନ୍ତ୍ରଣ କକ୍ଷ ଟେଲିଫୋନ ନଂ ୦୬୭୪-୨୩୯୫୦୧୫କୁ ବର୍ତ୍ତମାନ ସୁଦ୍ଧା ୬୧୨ଟି କଲ୍ କରାଯାଇ ନିର୍ବାଚନ ସଂପର୍କିତ ବିଭିନ୍ନ ଅଭିଯୋଗ ବା ସୂଚନା ମିଳିଛି । ଆଜି ପର୍ଯ୍ୟନ୍ତ ଓଡ଼ିଶାରେ ସି-ଭିଜିଲ୍ ଆପ୍ ମାଧ୍ୟମରେ ୭୫୬ ଟି ଅଭିଯୋଗ ଗ୍ରହଣ କରାଯାଇଥିବାବେଳେ ସେଥି ମଧ୍ୟରୁ ୬୪୧ଟି ଅଭିଯୋଗର ସମାଧାନ କରାଯାଇଛି ।