ସମସ୍ତଙ୍କୁ ମିଳିବ କରୋନା ଟିକା
ଦେଶର ପ୍ରତ୍ୟେକ ବ୍ୟକ୍ତିଙ୍କୁ ମିଳିବ କରୋନା ଟିକା, କେହି ବି ବଞ୍ଚିତ ରହିବେନି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ନୂଆଦିଲ୍ଲୀ: କରୋନା ମହାମାରୀ ସାରା ବିଶ୍ୱରେ କାୟା ବିସ୍ତାର କରିଥିବା ବେଳେ ଟିକା ନେଇ ନୂଆ ଆଶା ସଞ୍ଚାର ହୋଇଛି । ଆଉ କିଛି ମାସ ମଧ୍ୟରେ ଭରତରେ ଟିକା ଉପଲବ୍ଧ ହେବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଟିକା ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି ।
ଶ୍ରୀ ମୋଦୀ ଦେଶବାସୀଙ୍କୁ କହିଛନ୍ତି ଯେ, ଭାରତରେ କରୋନା ଟିକା ଉପଲବ୍ଧ ହେବା ମାତ୍ରେ ଏହା ପ୍ରତ୍ୟେକ ନାଗରିକଙ୍କୁ ଯୋଗାଇ ଦଆଯିବ । କୌଣସି ଭାରତୀୟ ଟିକା ପାଇବାରୁ ବଞ୍ଚିତ ହେବେ ନାହିଁ । ବର୍ତ୍ତମାନ ସୁଦ୍ଧା ଦେଶରେ ୮ ନିୟୁତ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି । ଦେଶ ତଥା ବିଦେଶରେ କରୋନା ଟିକାକୁ ନେଇ ଅନେକ ପରୀକ୍ଷା ନିରୀକ୍ଷା ଚାଲିଛି ।
ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ କରୋନା ଟିକା ଉପରେ ଆଲୋଚନା କରିଥିଲେ । ସେ କହିଛନ୍ତି, “ମୁଁ ଦେଶବାସୀକୁ କହିବାକୁ ଚାହୁଁଛି ଯେ, ଦେଶରେ ଟିକା ଉପଲବ୍ଧ ହେବା ମାତ୍ରେ ସମସ୍ତଙ୍କୁ ଏହି ଟିକା ଦିଆଯିବ ।