ମଞ୍ଜରୀ ଦେବୀ ନର୍ସିଂ କଲେଜ ପକ୍ଷରୁ କରୋନା ସଚେତନତା
ଭୁବନେଶ୍ୱର, ୨୩ା୩: ଓଡ଼ିଶାର ଏକମାତ୍ର ନର୍ସିଂ କଲେଜ ମଞ୍ଜରୀ ଦେବୀ, ଯାହାକି ବ୍ୟବସାୟିକ ଅନୁଷ୍ଠାନ ନୁହେଁ ଆଜି ତାହା ପ୍ରମାଣ କରିଦେଇଛି । ମଞ୍ଜରୀ ଦେବୀ ନର୍ସିଂ କଲେଜ ସମାଜର କଲ୍ୟାଣ ନିମନ୍ତେ ସାମାଜିକ କାର୍ଯ୍ୟ ପାଇଁ ଶ୍ରେଷ୍ଠତ୍ୱ ପରିଚୟର ଊର୍ଦ୍ଧ୍ୱରେ ରହିଛି । ଏହା କଲେଜ ଓ ସମାଜ ପାଇଁ ଶୁଭଙ୍କର ବୋଲି ଜଣାପଡ଼ିଛି । ଏହି ନର୍ସିଂ କଲେଜ ପକ୍ଷରୁ ବାଳକାଟି-ପୂରଣ ମୁଖ୍ୟ ରାସ୍ତା କଡ଼ରେ କରୋନା ସଚେତନତା କରାଯାଇଛି ।
ଏହାର ଆଉ ଦୁଇଟି ପ୍ରମୁଖ ସ୍କୁଲ କଲେଜ ଓ ଘରୋଇ ହସପିଟାଲରେ ତାଲା ଝୁଲୁଥିବା ବେଳେ ନର୍ସିଂ କଲେଜର କର୍ମଚାରୀମାନେ ସ୍ଥାନୀୟ ଲୋକମାନଙ୍କୁ କରୋନାର ଭୟବହତା ଉପରେ ସଚେତନ କରାଇଥିଲେ । ସେମାନେ ରାସ୍ତା ପାଶ୍ୱରେ ଠିଆ ହୋଇ ଲୋକମାନଙ୍କୁ ହାତଧୋଇବା ନେଇ ନିକଟରେ ଥିବା ୧୦ଟି ବେସିନ ପାଖକୁ ନେଇଯାଇଥିଲେ । ଏଭଳି ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି ବୋଲି କଲେଜର ପ୍ରତିଷ୍ଠାତା ସଂପାଦକ ଶରତ ଚନ୍ଦ୍ର ବିଶ୍ୱାଳ ଏକ ପ୍ରେସ ବିବୃତିରେ କହିଛନ୍ତି ।