ପାଚଂଟି ବିଶ୍ୱ ରେକର୍ଡ ହାସଲ କଲା ‘ବଡ଼ା ବିଜନେସ’

ଭୁବନେଶ୍ୱର: ଅନ୍‌ଲାଇନ୍ ଶିକ୍ଷା କ୍ଷେତ୍ରରେ ପାଂଚୋଟି ବିଶ୍ୱ ରେକର୍ଡ ହାସଲ କରିବାରେ ପ୍ରଥମ କମ୍ପାନୀ ଭାବେ ଇତିହାସ ରଚିଛି ଭାରତୀୟ ଏଜୁଟେକ୍ ଷ୍ଟାର୍ଟଅପ ‘ବଡ଼ା ବିଜନେସ’ । କୋଭିଡ କାରଣରୁ ହୋଇଥିବା ଲକଡାଉନ୍ ମଧ୍ୟରେ କରାଯାଇଥିବା ଏକ ବିସ୍ତୃତ ବ୍ୟବସାୟୀକ ପ୍ରଶିକ୍ଷଣ ପର୍ଯ୍ୟାୟଗୁଡ଼ିକ ଯୋଗୁଁ ଏହି ଗୋଟିଏ ପରେ ଗୋଟିଏ ବିଶ୍ୱ ରେକର୍ଡ ହାସଲ କରାଯାଇ ପାରିଥିଲା । କାରଣ ଏହି ସମୟରେ ବଡ଼ା ବିଜନେସ୍ ଭାରତୀୟ ଏମଏସଏମଇଙ୍କୁ ତାଲିମ ଦେବା ଏବଂ ସେମାନଙ୍କୁ ଏହି ସମସ୍ୟାର ସମ୍ମୁଖୀନ ହେବାରେ ସାହାଯ୍ୟ କରିବା ଦିଗରେ ନିଜର ସମସ୍ତ ଶକ୍ତି ଲଗାଇ ଦେଇଥିଲା ।

ଏହି ପାଂଚୋଟି ବିଶ୍ୱ ରେକର୍ଡ ହାସଲ କରିଥିବା ବ୍ୟବସାୟୀକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଗୁଡ଼ିକ ମଧ୍ୟରେ ବିଶ୍ୱର ବୃହତମ ଅନଲାଇନ୍ ଲେସନ୍(ଏପ୍ରିଲ୨୪, ୨୦୨୦); ବିଶ୍ୱର ବୃହତମ ସେଲସ୍ ଲେସନ୍(ମେ ୩୧, ୨୦୨୦); ଏବଂ ଷ୍ଟ୍ରାଟେଜି ମ୍ୟାନେଜମେଂଟ୍ ଉପରେ ବିଶ୍ୱର ବୃହତମ ଅନଲାଇନ୍ ଲେସନ୍ (ଜୁନ ୨୭, ୨୦୨୦); ‘ହାଓ ଟୁ ଷ୍ଟାର୍ଟଅପ’ ଉପରେ ବିଶ୍ୱର ବୃହତମ ଅନଲାଇନ୍ ଇଭେଂଟ୍ (ଅଗଷ୍ଟ୧୫, ୨୦୨୦) ଏବଂ ରିଟେଲ୍ ମ୍ୟାନେଜମେଂଟ୍ ଉପରେ ବିଶ୍ୱର ବୃହତମ ଅନଲାଇନ୍ ଲେସନ୍ (ସେପ୍ଟେମ୍ବର ୨୭, ୨୦୨୦) ସାମିଲ ରହିଛି ।

ଏହି ରେକର୍ଡ ବ୍ରେକିଙ୍ଗ ଅନ୍‌ଲାଇନ୍ ବ୍ୟବସାୟୀକ ଶିକ୍ଷଣ କାର୍ଯ୍ୟକ୍ରମ ଗୁଡ଼ିକ ଖ୍ୟାତିସମ୍ପର୍ଣ୍ଣ ମୋଟିଭେସନାଲ୍ ସ୍ପିକର ଏବଂ ବ୍ୟବସାୟିକ ପ୍ରଶିକ୍ଷକ ତଥା ବଡ଼ା ବିଜନେସର ପ୍ରତିଷ୍ଠାତା ଏବଂ ସିଇଓ ଡା ବିବେକ ବିନ୍ଦ୍ରାଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ଏହି ଦକ୍ଷତା ବିକାଶ ପର୍ଯ୍ୟାୟ ଗୁଡ଼ିକରେ ଭାରତର ଉଦ୍ୟୋଗ ସମୁଦାୟର ରେକର୍ଡ ସଂଖ୍ୟକ ଅଂଶଗ୍ରହଣ କରିଥିବା ବେଳେ କ୍ରମାନ୍ୱୟ ଭାବେ ୧ କୋଟି ଅଂଶଗ୍ରହଣକାରୀ ଯୋଗ ଦେଇଥିଲେ ।

“ଏହା ଆମ ପାଇଁ ଏକ ଗର୍ବର ବିଷୟ ଯେ ଏହି ସଫଳତା ମାଧ୍ୟମରେ ଆମେ ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ଏଜୁଟେକ୍ ଉଦ୍ୟୋଗକୁ ବିଶ୍ୱ ମାନଚିତ୍ରରେ ପରିଚିତ କରାଇବାରେ ସକ୍ଷମ ହୋଇପାରିଛୁ । ନିଜ ନାମରେ ପାଂଚୋଟି ବିଶ୍ୱ ରେକର୍ଡ ହାସଲ କରିବାରେ ଆମେ ଏକମାତ୍ର କମ୍ପାନୀରେ ପରିଣତ ହୋଇଛୁ । ବ୍ୟବସାୟ ଗୁଡ଼ିକୁ ନୂତନ ନର୍ମାଲ ସହିତ ନିଜକୁ ଖାପ ଖୁଆଇବାରେ ସାହାଯ୍ୟ କରିବା ପାଇଁ ଚଳିତବର୍ଷ ଏପ୍ରିଲରେ ଆମେ ଏକ ବ୍ୟବସାୟୀକ କୌଶଳ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲୁ । ଆମର ପ୍ରଥମ ବ୍ୟବସାୟୀକ ଶିକ୍ଷଣ କାର୍ଯ୍ୟକ୍ରମକୁ ମିଳିଥିବା ବ୍ୟାପକ ପ୍ରତିକ୍ରୟା ଆମକୁ ପ୍ରଥମ ବିଶ୍ୱ ରେକର୍ଡ ହାସଲ କରିବାରେ ସାହାଯ୍ୟ କରିଥିଲା । ଆମର ବ୍ୟବସାୟିକ କୌଶଳ ପ୍ରଶିକ୍ଷଣ ପଦକ୍ଷେପ ଗୁଡ଼ିକ ମାଧ୍ୟମରେ ଗତ ଛଅ ମାସ ମଧ୍ୟରେ ଆମେ ଏକ କୋଟିରୁ ଉର୍ଦ୍ଧ୍ୱ ଲୋକଙ୍କୁ ପ୍ରଶିକ୍ଷଣ ଦେବାରେ ସକ୍ଷମ ହୋଇପାରିଛୁ ।” ବୋଲି ବଡ଼ା ବିଜନେସର ସିଇଓ ଏବଂ ପ୍ରତିଷ୍ଠାତା ଡା ବିବେକ ବିନ୍ଦ୍ରା କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *