ଭିତରକନିକାର ସୀମା ନିର୍ଦ୍ଧାରଣକୁ ନେଇ ଉଦ୍‌ବେଗ

ଭୁବନେଶ୍ୱର, ୨୯।୧୧: କେନ୍ଦ୍ରାପଡାର ବିଜେଡି ବିଧାୟକମାନେ ଭିତରକନିକାର ସୀମା ନିର୍ଧାରଣ ନେଇ ଲୋକ ପ୍ରତିନିଧି ମାନଙ୍କ ସହ ଆଲୋଚନା କରାଯାଇ ନଥିବାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ।

ବିଜେଡି ବିଧାୟକ ପ୍ରତାପ ଦେବ ଓ ଅତନୁ ସବ୍ୟସାଚୀ ନାୟକ ଶୂନ୍ୟକାଳରେ କହିଥିଲେ ଯେ ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗ ଭିତରକନିକାର ସୀମା ପୁନଃ ନିର୍ଧାରଣ କରିବାକୁ ଯାଉଛନ୍ତି । ସେଥିରେ ରାଜନଗର, ମହାକାଳପଡା, ଆଳିର କେତେକ ପଂଚାୟତକୁ ସାମିଲ କରିବାକୁ ଯାଉଛନ୍ତି । ଏ ସମ୍ପର୍କରେ ଲୋକ ପ୍ରତିନିଧି ମାନଙ୍କ ସହ କୌଣସି ଆଲୋଚନା କରା ଯାଇ ନାହିଁ । ଜଙ୍ଗଲ ବିଭାଗ ଦ୍ୱାରା ସୀମା ପୁନଃ ନିର୍ଧାରଣ ପ୍ରକ୍ରିୟାକୁ ସ୍ଥଗିତ ରଖି ଲୋକ ପ୍ରତିନିଧି ମାନଙ୍କ ସହ ଆଲୋଚନା ପରେ ଏହାର ନିର୍ଧାରଣ ପ୍ରକ୍ରିୟା କରିବାକୁ ଜଙ୍ଗଲ ବିଭାଗକୁ ନିର୍ଦେଶ ଦେବା ପାଇଁ ସେମାନେ ଦାବି କରିଛନ୍ତି ।

ବିଧାୟକ ମାନଙ୍କ ଦାବିକୁ ବିଚାରକୁ ନେଇ ବାଚସ୍ପତି ଏହି ଦିଗରେ ଜଙ୍ଗଲ ବିଭାଗ ଲୋକ ପ୍ରତିନିଧିମାନଙ୍କ ସହ ଆଲୋଚନା କରିବାକୁ ନିର୍ଦେଶ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *