କର୍କଟରୁ ରକ୍ଷା ପାଇବା ନିମନ୍ତେ ସୁସ୍ଥ ଜୀବନଚର୍ଯ୍ୟା ଆବଶ୍ୟକ

ଭୁବନେଶ୍ୱର, ୬/୨: ସୁସ୍ଥ ଜୀବନଚର୍ଯ୍ୟା ଓ ଶରୀରର ନିୟମିତ ପରୀକ୍ଷା ଦ୍ୱାରା କର୍କଟ ରୋଗକୁ ନିଜଠାରୁ ଦୂରରେ ରଖିବା ସମ୍ବବ ଅଟେ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର କୁଳପତି ପ୍ରଫେସର (ଡ) ଅଶୋକ କୁମାର ମହାପାତ୍ର କହିଛନ୍ତି ।

ବଂଶଗତ ଭାବେ କର୍କଟ ରୋଗ ପରିବାର ମଧ୍ୟରେ ଦେଖାଦେଇପାରେ ମାତ୍ର ଧୂମ୍ରପାନ, ନିଶାସେବନ, ଖାଦ୍ୟ ଓ ପରିଶ୍ରମ ବିହୀନ ଜୀବନ ମଧ୍ୟ ଏହାର କାରଣ ହୋଇପାରେ ବୋଲି ପ୍ରଫେସର ମହାପାତ୍ର କହିଛନ୍ତି ।

ଜଣେ ବିଶିଷ୍ଟ ସ୍ନାୟୁଶଲ୍ୟ ବିଶାରଦ ଭାବେ ପରିଚିତ ପ୍ରଫେସର ମହାପାତ୍ର ସୋଆ ଏନ୍‌ଏସ୍‌ଏସ୍ ସଭ୍ୟମାନଙ୍କ ସହିତ ବିଶ୍ୱ କର୍କଟ ଦିବସ ଉପଲକ୍ଷେ ଗୁରୁବାର ଆୟୋଜିତ ଏକ କାର୍ଯ୍ୟକ୍ରମରେ ବାର୍ତାଳାପ କରି ଏହା କହିଥିଲେ ।

ସେ କହିଥିଲେ ଯେ ପ୍ରତ୍ୟେକ ମନୁଷ୍ୟ ଶରୀରରେ କ୍ୟାନ୍ସର ଜିନ୍ ସୁପ୍ତ ଅବସ୍ଥାରେ ରହିଥାଏ । ମାତ୍ର ଏହା ହଠାତ୍ ସକ୍ରିୟ ହୋଇ କର୍କଟ ରୋଗ ସୃଷ୍ଟି କରେ । ମନୁଷ୍ୟର ଯେ କୌଣସି ବୟସରେ ଏହି ରୋଗ ହୋଇପାରେ । ମହିଳାମାନଙ୍କ ମଧ୍ୟରେ ବିଶେଷ ଭାବେ ସ୍ତନ, ଜରାୟୁ ବା ଡିମ୍ବାଶୟରେ କର୍କଟ ହେଉଥିବା ବେଳେ ପୁରୁଷ ମାନଙ୍କ କ୍ଷେତ୍ରରେ ମୁଖ, ଖାଦ୍ୟନଳୀ ବା ପାକସ୍ଥଳୀ କର୍କଟ ଦେଖାଯାଇଥାଏ ।

ଏହି କାର୍ଯ୍ୟକ୍ରମରେ ସୋଆ ଏନ୍‌ଏସ୍‌ଏସ୍‌ରର ମୁଖ୍ୟ ସଂଯୋଜକ ଡକ୍ଟର ନଚିକେତା ଶର୍ମା ଓ ଅନ୍ୟ କର୍ମକର୍ତାମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *