ଚିଟ୍‌ଫଣ୍ଡ ଲିଙ୍କ୍: ଦେବୀଙ୍କ ଘରେ ସିବିଆଇ

ଭୁବନେଶ୍ୱର: ବଡ଼ମ୍ବା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ରଙ୍କ ଘରେ ଆଜି ସକାଳୁ ସିବିଆଇ ଟିମ୍ ପହଂଚି ଛାନଭିନ୍ କରିଥିବା ଜଣା ପଡିଛି ।

ମିଳିଥିବା ସୂଚନା ଅନୁସାରେ ସିବିଆଇର ଏକ ଟିମ୍ ଆଜି ସକାଳେ ତାଙ୍କ ଘରେ ପହଂଚିଥିଲା । ସିବିଆଇ ଟିମ୍ ପାଖାପାଖି ଦୁଇ ଘଂଟା ଧରି ଛାନଭିନ୍ କରିବା ପରେ କିଛି ଦସ୍ତାବିଜ୍ ଧରି ବିଧାୟକ ଶ୍ରୀ ମିଶ୍ରଙ୍କ ଘରୁ ଫେରିଯାଇଥିବା ଜଣାଯାଇଛି ।

ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି ଶ୍ରୀ ମିଶ୍ର କହିଛନ୍ତି ଯେ ସିବିଆଇ ୨୦୧୩ରୁ ଏ ମାମଲାର ତଦନ୍ତ କରୁଛି । ଏଥିରେ ସେ ସହଯୋଗ କରୁଛନ୍ତି । ପୂର୍ବରୁ ସିବିଆଇ ପକ୍ଷରୁ ନୋଟିସ୍ ହୋଇଥିଲା । ତେବେ ଆଜି ଆସିବା ନେଇ ସୂଚନା ନ ଥିଲା । ସେମାନେ ପର୍ଯ୍ୟଟନ ବିଭାଗର କାଗଜପତ୍ର ଦେଖିବାକୁ ଚାହିଁଥିଲେ ବୋଲି ସେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *