ଦୂତୀ ଚାନ୍ଦଙ୍କୁ ଅର୍ଜୁନ ପୁରସ୍କାର

ଭୁବନେଶ୍ୱର, ୨୯/୮: ଅ।ଜି ହେଉଛି ଜାତୀୟ କ୍ରୀଡ଼ା ଦିବସ । ଏହି ଦିନରେ ଖେଳରତ୍ନ, ଅର୍ଜୁନ, ଦ୍ରୋଣାଚାର୍ଯ୍ୟ, ଧ୍ୟାନଚାନ୍ଦ ଅ।ଦି ପୁରସ୍କାର ପ୍ରଦାନ କରାଯାଇଥାଏ । ପ୍ରତିବର୍ଷ ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ପୁରସ୍କାର ପ୍ରଦାନ କରାଯାଉଥିବା ବେଳେ ଚଳିତ ବର୍ଷ କୋରୋନା ମହାମାରୀ ପାଇଁ ଭର୍ଚୁଅ।ଲ୍ ପ୍ଳାଟଫର୍ମରେ ଏହି ପୁରସ୍କାର ପ୍ରଦାନ କରାଯାଇଛି ।

ଜାତୀୟ କ୍ରୀଡ଼ା ଦିବସ ଅବସରରେ ୬୫ ଜଣ କ୍ରୀଡ଼ାବିତଙ୍କୁ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ୫ ଜଣ କ୍ରୀଡ଼ାବିତଙ୍କୁ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର, ୨୭ ଜଣଙ୍କୁ ଅର୍ଜୁନ ପୁରସ୍କାର, ୧୩ ଜଣଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ଏବଂ ୧୫ ଜଣଙ୍କୁ ଧ୍ୟାନଚାନ୍ଦ ପୁରସ୍କାର ପ୍ରଦାନ କରାଯାଇଛି ।

ତେବେ ଏମାନଙ୍କ ଭିତରେ ରହିଛନ୍ତି ଓଡ଼ିଶାର ଦୌଡ଼ରାଣୀ ଦୂତୀ ଚାନ୍ଦ । ଦୂତୀ ଚାନ୍ଦଙ୍କୁ ମିଳିଛି ଅର୍ଜୁନ ପୁରସ୍କାର । କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଦୂତୀ ଚଳିତ ବର୍ଷ ଅର୍ଜୁନ ପୁରସ୍କାର ପାଇଛନ୍ତି । ଭିଡିଓ କନଫରେନ୍ସି ମାଧ୍ୟମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୁରସ୍କାର ପ୍ରଦାନ କରିଥିବା ବେଳେ କୋଲକାତା ସାଇ କେନ୍ଦ୍ର ଠାରେ ଦୂତୀ ଚାନ୍ଦ ଅର୍ଜୁନ ପୁରସ୍କାର ଗ୍ରହଣ କରିଛନ୍ତି ।

ପୁରସ୍କାର ବିଜେତାମାନେ ଭାରତ ଦ୍ୱାରା ର୍ନିମିତ ୯ଟି କ୍ରୀଡ଼ା ପ୍ରାଧିକରଣ (ସାଇ)ରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହିତ ଯୋଡ଼ି ହୋଇଥିଲେ । କ୍ରୀଡ଼ା ପୁରସ୍କାର ହାସଲ କରିଥିବା କ୍ରୀଡାବିତମାନେ ଭର୍ଚୁଆଲ୍ ପ୍ଲାଟଫର୍ମରେ କାର୍ଯ୍ୟକ୍ରମରେ ଯୋଗ ଦେଇ ପୁରସ୍କାର ଗ୍ରହଣ କରିଛନ୍ତି ।

ଭାରତୀୟ ତାରକା କ୍ରିକେଟର୍ ରୋହିତ ଶର୍ମା, ମହିଳା ମଲ୍ଲଯୋଦ୍ଧା ବିନେଶ ଫୋଗଟ୍‌, ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବା ମାରିୟାପାନ୍ନ ଥାଙ୍ଗାଭେଲୁ ମହିଳା ଟେବୁଲ୍ ଟେନିସ୍ ଖେଳାଳି ମାନିକା ବାତ୍ରା, ଭାରତୀୟ ହକି ଦଳର ଅଧିନାୟିକା ରାଣୀ ରାମପାଲ୍‌ଙ୍କୁ ଖେଳରତ୍ନ ପୁରସ୍କାର ପ୍ରଦାନ କରିଯାଇଛି ।

୨୦୧୯ ଅକ୍ଟୋବର ମାସରେ ଦୂତୀ ନ୍ୟାସନାଲ୍ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ପାଇଥିଲେ । ନିଜ ପୂର୍ବ ରେକର୍ଡକୁ ଭାଙ୍ଗିବା ସହ ଦୂତୀ ୧୦୦ ମିଟର ଦୌଡ଼କୁ ୧୧.୨୨ ସେକେଣ୍ଡରେ ପୂରା କରିଥିଲେ । ପୂର୍ବରୁ ଦୂତୀଙ୍କ ନାଁରେ ଏହି ରେକର୍ଡ ୧୧.୨୬ ସେକେଣ୍ଡର୍ ଥିଲା ।

Spread the love

Leave a Reply

Your email address will not be published. Required fields are marked *