ସମୀର, ଉମାକାନ୍ତଙ୍କ ବିରୁଦ୍ଧରେ ଥାନାରେ ଏତଲା
ଭୁବନେଶ୍ୱର: କରୋନା ସଂକ୍ରମଣ ଆଇନ୍କୁ ଉଲଂଘନ କରିଥିବା ଦର୍ଶାଇ ଗଣଶିକ୍ଷାମନ୍ତ୍ରୀ ସମୀରରଞ୍ଜନ ଦାଶ ଓ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ବିରୁଦ୍ଧରେ ସଚେତନ ନାଗରିକ ମଞ୍ଚ ପକ୍ଷରୁ ସମୁଦ୍ର କୂଳ ଥାନାରେ ଲିଖିତ ଅଭିଯୋଗ କରାଯାଇଛି ।
ମଞ୍ଚର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ସମୁଦ୍ର କୂଳ ଥାନାରେ କରିଥିବା ଲିଖିତ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଗତକାଲି ସ୍ୱର୍ଗଦ୍ୱାର ଠାରେ ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଶବ ସତ୍କାର ସମୟରେ କ୍ଷମତାର ଦୂରପୋଯୋଗ କରି ମନ୍ତ୍ରୀ ଶ୍ରୀଦାଶ ଓ ବିଧାୟକ ସାମନ୍ତରାୟ ଉପସ୍ଥିତ ଥିଲେ । ତେଣୁ ସେମାନଙ୍କ ବିରୁଦ୍ଧରେ ଆଇନ୍ଗତ କାର୍ଯ୍ୟାନୁଷ୍ଠାନ ପାଇଁ ସେ ତାଙ୍କ ଅଭିଯୋଗ ପତ୍ରରେ ଦଶାଇଛନ୍ତି ।