ଫୋନ୍‌ପେରେ ସୁନା କିଣିଲେ, ପାଇବେ ୫%ର କ୍ୟାଶବ୍ୟାକ୍

ଭୁବନେଶ୍ୱର: ଭାରତର ଅଗ୍ରଣୀ ଡିଜିଟାଲ ପେମେଂଟ ପ୍ଲାଟଫର୍ମ ଫୋନପେ ପକ୍ଷରୁ ଏହାର ଗ୍ରାହକଙ୍କ ପାଇଁ ଏକ ଆକର୍ଷଣୀୟ ଅଫରର ଘୋଷଣା କରାଯାଇଛି । ଗ୍ରାହକମାନେ ଫୋନପେ ଆପରେ ଅକ୍ଟୋବାର ୨୫ (ଦଶହରା) ରୁ ନଭେମ୍ବର ୧୪ ତାରିଖ (ଧନତେରସର ପରବର୍ତି ଦିନ) ମଧ୍ୟରେ ୨୪ କ୍ୟାରେଟ ସୁନା କ୍ରୟ କରିବା ଦ୍ୱାରା ୫ ପ୍ରତିଶତର ଏକ ଫ୍ଲାଟ ଡିସକାଉଂଟ ପାଇପାରିବେ ।

ଫୋନପେରେ ଗ୍ରାହକମାନେ ସେମାନଙ୍କ ନିଜ ପସନ୍ଦର ସୁଦ୍ଧତା ବାଛିବା ସହିତ ସେମାନଙ୍କ ପସନ୍ଦର ପ୍ରଦାନକାରୀଙ୍କୁ ମଧ୍ୟ ଚୟନ କରିପାରିବେ । ଗ୍ରାହକମାନେ ସେଫଗୋଲ୍ଡ ଏବଂ ଏମଏମଟିସି ଭଳି ବିସ୍ୱସ୍ଥ ସହଯୋଗୀଙ୍କ ଠାରୁ ସର୍ବନିମ୍ନ ୧ଟଙ୍କା ଭଳି ବଜାର ସହ ଜଡ଼ିତ ମୂଲ୍ୟରେ ପ୍ରାମାଣିତ ୨୪ କ୍ୟାରେଟ ସୁନା କ୍ରୟ କରିପାରିବେ । ଏହି ସମସ୍ତ ପ୍ରକ୍ରିୟାକୁ ମାତ୍ର ଦୁଇ ମିନିଟ ସମୟ ଲାଗିଥାଏ ।

ଏହାଛଡ଼ା ଗ୍ରାହକମାନେ ସୁନାର ଡୋରଷ୍ଟେପ ଡେଲିଭରୀ ପାଇଁ ମଧ୍ୟ ଅର୍ଡର କରିପାରିବେ । ଗ୍ରାହକଙ୍କ ଠାରୁ ସଂଗ୍ରହ କରାଯାଉଥିବା ସମସ୍ତ ଟଙ୍କାକୁ ୨୪ କ୍ୟାରେଟ ସୁନା କିଣିବାରେ ବ୍ୟବହାର କରାଯାଇଥାଏ, ଯାହାକୁ କି ଏକ ସୁରକ୍ଷିତ ବ୍ୟାଙ୍କ ସ୍ତରର ବୀମାକୃତ ଲକର ମଧ୍ୟରେ ରଖାଯାଇଥାଏ । ଫୋନପେର ବ୍ୟବହାର କରି ସୁନା କିଣିବା ଅତ୍ୟନ୍ତ ସହଜ । ଏଥିପାଇଁ ଗ୍ରାହକଙ୍କୁ କେବଳ ନିଜ ଫୋନପେ ଆପରେ ନିଜର ବ୍ୟାଙ୍କ ଆକାଉଂଟ ଲିଙ୍କ କରିବାକୁ ପଡ଼ିବ । ଏହାପରେ ଆପଣ ଏହି ଆପରେ ମାଇଁ ମନି ସେକ୍ସନକୁ ଯାଅନ୍ତୁ, ତାପରେ ଇନଭେଷ୍ଟମେଂଟ ତଳେ ଥିବା ଗୋଲ୍ଡ କଏନ୍ ଉପରେ କ୍ଲିକ କରନ୍ତୁ । ଏହାପରେ ନିଜ ପସନ୍ଦର ଜଣେ ପ୍ରୋଭାଇଡରଙ୍କୁ ବାଛନ୍ତୁ ଏବଂ ଆପଣ କିଣିବାକୁ ଚାହୁଁଥିବା ସୁନାର ରାଶି କିମ୍ବା ଓଜନ ଦିଅନ୍ତୁ । ଏହାପରେ ଭିମ୍ ୟୁପିଆଇ କିମ୍ବା ଡେବିଟ କିମ୍ବା କ୍ରେଡିଟ କାର୍ଡର ବ୍ୟବହାର କରି ପେମେଂଟ୍ କରନ୍ତୁ ।

Spread the love

Leave a Reply

Your email address will not be published. Required fields are marked *