ଅନ୍‌ଲାଇନ୍ ଆର୍ଟିଷ୍ଟ କୋଭିଡ କେୟାର କମର୍ଶାଳା

ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଏବଂ ଆର୍ଟ ଅଫ୍ ଲିଭିଙ୍ଗ ମିଳିତ ସହଯୋଗରେ ତିନି ଦିନିଆ ଯୋଗ କମର୍ଶାଳା

ଭୁବନେଶ୍ୱର, ୧୫/୦୫: ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଏବଂ ଆର୍ଟ ଅଫ୍‌ ଲିଭିଙ୍ଗ ର ମିଳିତ ସହଯୋଗରେ ଏହି ମହାମାରୀ ସମୟରେ କଳାକାରମାନଙ୍କୁ ମାନସିକ ତଥା ଶାରୀରିକ ସ୍ତରରେ ସୁସ୍ଥ ରଖିବା ନିମନ୍ତେ ଗତ ୧୩ ତାରିଖ ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ସକାଳ ସକାଳ ୭ ଟାରୁ ୭.୩୦ ମିନିଟ୍ ପର୍ଯ୍ୟନ୍ତ ଗୁଗୁଲ୍ ମିଟ୍ ଜରିଆରେ ନିଶୁଳ୍ପ ଯୋଗ ଏବଂ ଧ୍ୟାନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଥିଲା କଳାକାରମାନଙ୍କୁ ମାନସିକ ସ୍ତରରେ ସୁସ୍ଥ ରଖି ପ୍ରତ୍ୟେକ ଦିନ ଘରେ ରହି ଯୋଗ ଓ ଧ୍ୟାନ ଅଭ୍ୟାସ ଜାରି ରଖିବା ସହ ସେମାନେ କିପରି ଏହି କୋଭିଡ୍‌-୧୯କୁ ସାମ୍‌ନା କରି ଦୃଢ଼ ମନୋବଳ ବଜାୟ ରଖି ନିଜ ସାଧନା ତଥା କଳା ଏବଂ ସଂସ୍କୃତିକୁ ରକ୍ଷା କରିପାରିବେ ଏବଂ ଅନ୍ୟ କଳାକାରମାନଙ୍କୁ ସଚେତନ ହେବା ନିମନ୍ତେ ପ୍ରେରଣା ଦେବା ।

ଏହି କାର୍ଯ୍ୟକ୍ରମ ପ୍ରତ୍ୟେହ ପ୍ରାୟ ୩୦ ରୁ ଊର୍ଦ୍ଧ୍ୱ କଳାକାର ଅଂଶଗ୍ରହଣ କରିଥିଲେ । କଳାକାର ମହଲରେ ଏହି କାର୍ଯ୍ୟକ୍ରମଟି ବେଶ୍ ଆଦୃତ ଏବଂ ପ୍ରଶଂସନୀୟ ହୋଇପାରିଥିଲା । ଏହିଭଳି କାର୍ଯ୍ୟକ୍ରମ ବାରମ୍ବାର କରିବାପାଇଁ ଅନେକ କଳାକାର ଅନୁରୋଧ ମଧ୍ୟ କରିଥିଲେ ।

ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ “ଆର୍ଟ ଅଫ୍ ଲିଭିଂ” ଅନୁଷ୍ଠାନରେ ଯୋଗ ଶିକ୍ଷାଦାନ କରୁଥିବା ସନ୍ତୋଷ ଜି ଏବଂ ଶ୍ରୀ ଶ୍ରୀ ୟୁନିଭସିର୍ଟିର ଅଧ୍ୟକ୍ଷା ରଶ୍ମିରେଖା ଦାସ ଏବଂ ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟନିର୍ବାହୀ ଡଃ ସଂଗୀତା ଗୋସାଇଁ ।

Spread the love

Leave a Reply

Your email address will not be published. Required fields are marked *