ଶିଶୁଙ୍କୁ ଜଙ୍କ ଫୁଡ୍ରୁ ଦୂରରେ ରଖନ୍ତୁ: ବିଶେଷଜ୍ଞ
ଶିଶୁମାନଙ୍କୁ ସବୁଜ ପରିବା, ଫଳ ଖୁଆନ୍ତୁ, ଜଙ୍କ ଫୁଡ୍ରୁ ଦୂରରେ ରଖନ୍ତୁ: ଡାକ୍ତର ସରୋଜ ପଣ୍ଡା
ଭୁବନେଶ୍ୱର, ୧୯/୦୨: ପ୍ରତିବର୍ଷ ପୃଥିବୀରେ ପ୍ରାୟ ଚାରି ଲକ୍ଷ ଶିଶୁ କର୍କଟ ରୋଗରେ ଆକ୍ରାନ୍ତ ହୁଅନ୍ତି ଯେଉଁମାନଙ୍କ ମଧ୍ୟରୁ ପାଖାପାଖି ୧୨ ପ୍ରତିଶତ ଶିଶୁ ଭାରତର । ଶିଶୁମାନଙ୍କୁ ଏହି ରୋଗରୁ ଦୂରରେ ରଖିବା ନିମନ୍ତେ ପିତାମାତା ମାନଙ୍କର ବିଶେଷ ଦାୟିତ୍ୱ ରହିଛି ବୋଲି ଶୁକ୍ରବାର ଜଣେ ଶିଶୁ କର୍କଟ ରୋଗ ବିଶେଷଜ୍ଞ କହିଛନ୍ତି ।
ପୃଥିବୀର ସମସ୍ତ କର୍କଟ ରୋଗୀଙ୍କ ସଂଖ୍ୟାର ୯୫ ପ୍ରତିଶତ ବୟସ୍କ ବ୍ୟକ୍ତି ହୋଇଥିବା ବେଳେ ୫ ପ୍ରତିଶତ ଶିଶୁ ବୋଲି ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ପେଡିଆଟ୍ରିକ୍ ଅଙ୍କୋଲଜିଷ୍ଟ ଡାକ୍ତର ସରୋଜ ପଣ୍ଡା କହିଛନ୍ତି ।
ହସ୍ପିଟାଲ୍ରେ ବିଶ୍ୱ ଶିଶୁ କର୍କଟ ଦିବସ ପାଳନ ଉପଲକ୍ଷେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଡାକ୍ତର ପଣ୍ଡା କହିଲେ ଯେ ଗତ ୫ ବର୍ଷ ମଧ୍ୟରେ ସମ୍ ହସ୍ପିଟାଲ୍କୁ ଚିକିତ୍ସା ନିମନ୍ତେ ଆସିଥିବା ଶିଶୁମାନଙ୍କ ମଧ୍ୟରୁ ପ୍ରାୟ ୭୦୦ ଜଣଙ୍କୁ କର୍କଟ ରୋଗ ହୋଇଥିବା ଜଣାପଡ଼ିଥିଲା । ମାତ୍ର ଉପଯୁକ୍ତ ଚିକିତ୍ସା ଫଳରେ ୩୫୦ ଜଣ ରୋଗ ମୁକ୍ତ ହୋଇପାରିଛନ୍ତି ।
ପ୍ରତିବର୍ଷ ଫେବୃଆରୀ ୧୫ ତାରିଖକୁ ବିଶ୍ୱ ଶିଶୁ କର୍କଟ ଦିବସ ଭାବେ ପାଳନ କରାଯାଏ ।
ଡାକ୍ତର ପଣ୍ଡା କହିଲେ ଅଧିକାଂଶ କ୍ଷେତ୍ରରେ ବଂଶଗତ କାରଣରୁ ଶିଶୁମାନଙ୍କୁ ଏହି ରୋଗ ହୋଇଥାଏ । ମାତ୍ର ରୋଗ ପ୍ରାଥମିକ ସ୍ତରରେ ଚିହ୍ନଟ ହୋଇପାରିଲେ ଓ ଉତମ ଚିକିତ୍ସା ମିଳିଲେ ଏଥିରୁ ସୁସ୍ଥତା ମିଳିପାରିବ । ଶିଶୁମାନଙ୍କ କ୍ଷେତ୍ରରେ ପ୍ରାୟତଃ ଲ୍ୟୁକେମିଆ, ବ୍ରେନ୍ ଟ୍ୟୁମର, କିଡ୍ନି ଟ୍ୟୁମର୍, ଲିଭର ଟ୍ୟୁମର ବା ବୋନ୍ ସାର୍କୋମା ଭଳି କର୍କଟ ଦେଖାଯାଏ । ତେବେ ପିଲା ସୁସ୍ଥ ରହିଲେ, ସଠିକ୍ ଓଜନ ରକ୍ଷା କରି ବୃଦ୍ଧି ଲାଭ କଲେ, ନିୟମିତ ବ୍ୟାୟାମ କଲେ ଓ ସବୁଜ ପନିପରିବା ଓ ଫଳ ଖାଇଲେ ଏହି ପରିସ୍ଥିତି ସୃଷ୍ଟି ହେବ ନାହିଁ ବୋଲି ସେ କହିଛନ୍ତି ।
ଏହାଛଡ଼ା ଜଙ୍%9