ଏଲ୍‌ଆଇସି ହାଉସିଂ ଫାଇନାନ୍ସ୍‌ର ୩୪% ବୃଦ୍ଧି, ଲାଭ ୮୧୭ କୋଟି

ଭୁବନେଶ୍ୱର: ଏଲ୍‌ଆଇସି ହାଉସିଂ ଫାଇନାନ୍ସ ଲିମିଟେଡ୍‌ର ନିର୍ଦେଶକ ବୋର୍ଡ ବୈଠକ ମୁମ୍ବାଇରେ ୨୦୨୦ ଅଗଷ୍ଟ ୨୪ରେ ଅନୁଷ୍ଠିତ ହୋଇଯାଇଛି । କଂପାନି ପକ୍ଷରୁ ୨୦୨୦-୨୧ ଆର୍ଥିକ ବର୍ଷ ପ୍ରଥମ ତ୍ରୟମାସର ଫଳାଫଳ ଘୋଷଣା କରାଯାଇଛି । ଏହି ସମୟରେ କଂପାନିର ଟିକସ ପରବର୍ତୀ ଲାଭ ୩୪ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇ ୮୧୭.୪୮ କୋଟି ଟଙ୍କା ହୋଇଛି ।

ପ୍ରଥମ ତ୍ରୟମାସରେ ଏଲ୍‌ଆଇସି ହାଉସିଂ ଫାଇନାନ୍ସ ଲିମିଟେଡ୍‌ର ପରିଚାଳନାରୁ ମୋଟ ରାଜସ୍ୱ ୪ପ୍ରତିଶତ ବୃଦ୍ଧି ପାଇ ୫୦୦୩.୭୧ କୋଟି ଟଙ୍କା ହୋଇଛି ଯାହା ୨୦୧୯ର ଏହି ସମୟରେ ୪୮୦୭.୨୦ କୋଟି ଟଙ୍କା ଥିଲା । ନିଟ୍‌ ସୁଧ ଆୟ ୩ ପ୍ରତିଶତ ବୃଦ୍ଧି ପାଇ ୧୨୨୦.୬୧ କୋଟି ଟଙ୍କା ହୋଇଛି ଯାହା ଗତବର୍ଷ ୧୧୮୧.୮୬ କୋଟି ଟଙ୍କା ଟିକସ ପରବର୍ତୀ ଲାଭରେ ୩୪ ପ୍ରତିଶତ ବୃଦ୍ଧି ଘଟି ୮୧୭.୪୮ କୋଟି ଟଙ୍କା ହୋଇଛି । ଗତବର୍ଷ ପ୍ରଥମ ତ୍ରୟମାସ ତାହା ୬୧୦.୬୮ କୋଟି ଟଙ୍କା ଥିଲା । ନିଟ୍ ସୁଧ ମାର୍ଜିନ୍ ୨.୩୨ ପ୍ରତିଶତ ରହିଛି । ବକେୟା ଋଣ ପୋର୍ଟଫୋଲିଓ ପରିମାଣ ୨୦୯୮୧୭ କୋଟି ଟଙ୍କା ରହିଛି ।

Spread the love

Leave a Reply

Your email address will not be published. Required fields are marked *