ଇଲେକ୍ଟ୍ରି ଖୁଣ୍ଟକୁ ପିଟିଲା କାର୍
ବାରଙ୍ଗ: ବାଙ୍କୀ କଟକ ମୁଖ୍ୟ ରାସ୍ତାର ଗୋଡିସାହି ହାଇସ୍କୁଲ ମୁଖ୍ୟ ଫାଟକ ନିକଟରେ ଆଜି ସନ୍ଧ୍ୟା ସମୟରେ ଏକ କାର୍ ଓଡି ୧୯ କ୍ୟୁ ୦୫୦୨ ଭାରସାମ୍ୟ ହରାଇ ଏକ ଇଲେକ୍ଟ୍ରି ପୋଲରେ ପିଟି ହେବା ଫଳରେ କାରର ସାମ୍ନା ପଟଟି ଭାଙ୍ଗିରୁଜି ଯାଇଛି ।
ତେବେ ସୂଚନା ମୁତାବକ ଏହି ନାଲୀ ରଙ୍ଗର କାରଟି ବାଙ୍କୀ ପଟୁ କଟକ ଅଭିମୁଖେ ଯାଉଥିବା ବେଳେ କୌଣସି କାରଣ ବସତଃ ଭାରସାମ୍ୟ ହରାଇ ଖୁଣ୍ଟରେ ପିଟି ହୋଇଥିଲା । ସୌଭାଗ୍ୟ ବଶତଃ କାରରେ ଥିବା ଚାଳକ ଏବଂ ତାଙ୍କ ପନ୍ତ୍ରୀଙ୍କର କୌଣସି କ୍ଷତି ହୋଇନଥିବା ସୂଚନା ମିଳିଛି ।