ଅକ୍ଟୋବରରେ ପର୍ଯ୍ୟଟନସ୍ଥଳୀ ଖୋଲିବ
ଭୁବନେଶ୍ୱର: ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କହିଛନ୍ତି ଯେ କୋଭିଡ୍ କଟକଣା ଭିତରେ ଆଗାମୀ ଅକ୍ଟୋବର ମାସରେ ରାଜ୍ୟର ସମସ୍ତ ପର୍ଯ୍ୟଟନସ୍ଥଳୀ ସାଧାରଣ ଲୋକଙ୍କ ପାଇଁ ଖୋଲାଯିବ । ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଶ୍ରୀ ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି ।
ଶ୍ରୀ ପାଣିଗ୍ରାହୀ କୋଭିଡ ପାଇଁ ରାଜ୍ୟରେ ପର୍ଯ୍ୟଟନ ଶିଳ୍ପ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ବୋଲି କହିବା ସହ ଚଳିତ ବର୍ଷ ୫ଟି ସ୍ଥାନରେ ଇକୋ ରିଟ୍ରିଟ କରାଯିବ ବୋଲି ମଧ୍ୟ ସୂଚନା ଦେଇଛନ୍ତି ।
ଅନ୍ୟ ପକ୍ଷରେ ଶ୍ରୀ ପାଣିଗ୍ରାହୀ ରାଜ୍ୟରେ ମନ୍ଦିରଗୁଡ଼ିକ କେବେ ଖୋଲିବ, ସେ ନେଇ କିଛି ସ୍ପଷ୍ଟ କରିନାହାନ୍ତି । ସେ କହିଛନ୍ତି ଯେ ପୁରୀର ଶ୍ରୀଜଗନ୍ନାଥ ମନ୍ଦିର ଖୋଲିବା ନେଇ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତି ନେବ । ସେହିପରି ଅନ୍ୟ ମନ୍ଦିରଗୁଡ଼ିକ କେବେ ଖୋଲିବ ସେଥିନେଇ ଆଇନ୍ ବିଭାଗ ନିଷ୍ପତି ନେବ ବୋଲି ସେ କହିଛନ୍ତି ।