ପାର୍କିନ୍‌ସନ୍ ରୋଗ ର ସଚେତନତା ନେଇ ସମ୍ ଡାକ୍ତରୀ ଟିମ୍ ର ୨୦୦ କିଲୋମିଟର ସାଇକେଲ୍ ଯାତ୍ରା

ଭୁବନେଶ୍ୱର, ୨୧/୧୨: ପାର୍କିନ୍‌ସନ୍ ରୋଗ (ପିଡି) ଅଥବା ସକମ୍ପ ଅଙ୍ଗଘାତ ଏକ ପ୍ରକାର ସ୍ନାୟୁ ରୋଗ । ଏହା ଏକ ଦୀର୍ଘକାଳୀନ ବେମାରୀ ଯାହାର ଲକ୍ଷଣ ସମୂହ ସମୟକ୍ରମେ ଧୀରେ ଧୀରେ ପ୍ରକାଶ ପାଇଥାଏ । ତେଣୁ ଏହି ପାର୍କିନ୍‌ସନ୍ ରୋଗର ସଚେତନତା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଏକ ଡାକ୍ତରୀ ଟିମ୍ ୨୦୦ କିମି ସାଇକେଲ୍ ଯାତ୍ରା କରିଛନ୍ତି ।

ଡିସେମ୍ବର ୨୦ ତାରିଖ ଦିନ ଭୁବନେଶ୍ୱର ରୁ ଢେଙ୍କାନାଳର କପିଳାଶ ପର୍ଯ୍ୟନ୍ତ ଯାତ୍ରା କରି ସଚେତନତା ସୃଷ୍ଟି କରି ଫେରିଛନ୍ତି ଏହି ଡାକ୍ତରୀ ଟିମ୍ ।
ପାର୍କିନ୍‌ସନ୍ ରୋଗ ଶରୀରର ଗତିକୁ ପ୍ରଭାବିତ କରିଥାଏ । ଏହାଦ୍ୱାରା ରୋଗୀ ଧୀର ହୋଇଯାନ୍ତି ଏବଂ ହାତ ଥରିବା ମଧ୍ୟ ଆରମ୍ଭ ହୋଇଥାଏ । ତେବେ ସାଧାରଣତଃ ଲୋକମାନେ ଏହି ରୋଗକୁ ନେଇ ଏତେଟା ସଚେତନ ନୁହଁନ୍ତି ।

ପାର୍କିନ୍‌ସନ୍ ରୋଗର ଲକ୍ଷଣକୁ ଔଷଧ ଦ୍ୱାରା ନିୟନ୍ତ୍ରଣ କରାଯାଇପାରେ । କିନ୍ତୁ ବୟସ ବଢ଼ିବା ସହ ଏହି ରୋଗର ଲକ୍ଷଣ ମଧ୍ୟ ବଢ଼ିଥାଏ । ବିଭିନ୍ନ ଅନୁସନ୍ଧାନରୁ ଜଣାପଡିଛି ଯେ, ବ୍ୟାୟାମ ଓ ବିଶେଷ ଭାବରେ ସାଇକେଲ୍ ଚଳାଇବା ଦ୍ୱାରା ରୋଗୀମାନଙ୍କର ସକ୍ରିୟତା ବଜାୟ ରହିଥାଏ ।

ଏହି ପାର୍କିନ୍‌ସନ୍ ରୋଗର ସଚେତନତା ଲାଗି ଡଃ ଲୋଲୁପ୍ କୁମାର ସାହୁ (ନ୍ୟୁରୋଲୋଜିଷ୍ଟ), ଡଃ ଶୁଭେନ୍ଦୁ ମିଶ୍ର (ସାଇକ୍ରିଆଟିଷ୍ଟ), ଡଃ ଜିମି ନାରାୟଣ (ଗ୍ୟାଷ୍ଟ୍ରୋଏନ୍‌ଟେରୋଲୋଜିଷ୍ଟ) ଓ ଡଃ ଆଶିଷ ଆଶୁତୋଷ ଚୌଧୁରୀ (ସାଇକ୍ରିଆଟିଷ୍ଟ) ସାଇକେଲ୍‌ରେ ବିଭିନ୍ନ ସ୍ଥାନ ଯାତ୍ରା କରିଥାନ୍ତି ।
ଏହି ପରିପ୍ରେକ୍ଷୀରେ ଏହି ଟିମ୍ ସଚେତନତା ଲାଗି ଡିସେମ୍ବର ୨୦ ତାରିଖ ଦିନ ସାଇକେଲ୍ ଯାତ୍ରା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *