ପ୍ରଦୀପ ମହାରଥୀଙ୍କ ବିୟୋଗରେ ସମାଜବାଦୀ ପାର୍ଟିର ଶୋକ
ଭୁବନେଶ୍ୱର: ପୂର୍ବତନ କୃଷି ଓ ପଞ୍ଚାୟତିରାଜ ମନ୍ତ୍ରୀ, ପିପିଲିର ଜନପ୍ରିୟ ବିଧାୟକ, ପୂର୍ବତନ ସାମନ୍ତ ଚନ୍ଦ୍ରଶେଖର କଲେଜର, ପୁରୀର ସଭାପତି ପ୍ରଦୀପ ମହାରଥିଙ୍କ ବିୟୋଗରେ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି ।
ପାର୍ଟିର ରାଜ୍ୟ ସଭାପତି ରବି ବେହେରାଙ୍କ ନିର୍ଦ୍ଦେଶକ୍ରମେ ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ ତାଙ୍କ ବାସଭବନକୁ ଯାଇ ଶ୍ରୀଯୁକ୍ତ ମହାରଥୀଙ୍କ ଶବାଧାରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସଂଗେ ସଂଗେ ପରିବାର ପ୍ରତି ସମବେଦନା ଜ୍ଞାପନ କରିଥିଲେ । ଜଣେ ସାଧାରଣ ମଣିଷର ନେତା ଭାବରେ ପ୍ରଦୀପ ମହାରଥୀ ସବୁବେଳେ ମନେ ରହିବେ ବୋଲି ସମାଜବାଦୀ ପାର୍ଟି ପକ୍ଷରୁ ଏହି ଶୋକବାର୍ତ୍ତାରେ କୁହାଯାଇଛି ।