ବରମୁଣ୍ଡା ଓଭରବ୍ରିଜରେ ଦୁର୍ଘଟଣା

ଭୁବନେଶ୍ୱର: ଭୁବନେଶ୍ୱର ବରମୁଣ୍ଡା ଓଭରବ୍ରିଜ୍‌ ଉପରେ ଆଜି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏକ ଟ୍ରେଲରକୁ ପଛପଟୁ ଧକ୍କା ଦେଇଛି ମାଲ ବୋଝେଇ ଟ୍ରକ । ଦୁର୍ଘଟଣା ପରେ କ୍ୟାବିନ ଭିତରେ ଚାପି ହୋଇଯାଇଛନ୍ତି ଡ୍ରାଇଭର । ଗୁରୁତର ଡ୍ରାଇଭରଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ କର୍ମଚାରୀ ଉଦ୍ୟମ ଜାରି ରଖିଛନ୍ତି । ତେବେ ଡ୍ରାଇଭର ଜଣକ ଫସିଯାଇଥିବାରୁ ତାଙ୍କୁ ସହଜରେ ଉଦ୍ଧାର କରିବା ସମ୍ଭବ ହୋଇପାରୁନି । ତେଣୁ ଟ୍ରକର ଝରକା କଟାଯାଇ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ସୂଚନା ଅନୁସାରେ ବିଶାଖାପାଟଣାରୁ ଗୋଟିଏ କମ୍ପାନୀର ୧୧ଟି ଗାଡି ବଣେଇ ଅଭିମୁଖେ ଯାଉଥିଲା । କିନ୍ତୁ ବରମୁଣ୍ଡା ଓଭରବ୍ରିଜ୍ ଉପରେ ଗୋଟିଏ କଲମ୍ ଲୁହା ଟ୍ରକ୍ ଖରାପ ହୋଇଯିବାରୁ ସେଠାରେ ଅଟକି ରହିଥିଲା । କିନ୍ତୁ ପଛରୁ ଆସୁଥିବା ସେହି କମ୍ପାନୀର ଏକ କୋଇଲା ବୋଝେଇ ଟ୍ରକ୍ ଟ୍ରେଲରକୁ ପିଟିଥିଲା । ଦୁର୍ଘଟଣାର ତୀବ୍ରତା ଏତେ ରହିଛି ଯେ, ଟ୍ରକର ମୁଖଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବା ସହ କ୍ୟାବିନ୍ ଭିତରେ ଡ୍ରାଇଭର ଚାପି ହୋଇ ରହିଯାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *