ସୋଆ ଏନ୍ଏସ୍ଏସ୍ ପାଳିଲା ବିଶ୍ୱ ପରିବେଶ ଦିବସ
ଭୁବନେଶ୍ୱର, ୦୮/୦୬: ବିଶ୍ୱ ପରିବେଶ ଦିବସ ଅବସରରେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ଅନ୍ତର୍ଗତ ୬ଟି ଶିକ୍ଷାନୁଷ୍ଠାନର ପ୍ରୋଗ୍ରାମ ଅଫିସରମାନଙ୍କ ଦ୍ୱାରା ଦୁଇ ଘଂଟିଆ ଜଳଶକ୍ତି ଗ୍ରାମ, ସ୍ୱଚ୍ଛ କ୍ୟାମ୍ପସ୍, ଅନ୍ଲାଇନ୍ ପ୍ରଶିକ୍ଷଣ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୩୫୫ ଜଣ ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା ।
ସେହିପରି ଭାରତ ସରକାରଙ୍କ ମାନବ ସମ୍ବଳ ବିକାଶ ବିଭାଗ ଅନ୍ତର୍ଗତ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ଶିକ୍ଷା ଅନୁଷ୍ଠାନ ତରଫରୁ ଆୟୋଜିତ ପାଂଚଦିନିଆ ଫ୍ୟାକଲ୍ଟି ଡେଭ୍ଲପ୍ମେଂଟ ପ୍ରୋଗ୍ରାମ ରେ ପ୍ରୋଗ୍ରାମ ସଂଯୋଜକ ଡ. ନଚିକେତା ଶର୍ମା ଭାଗ ନେଇଥିଲେ । ଏହାରି ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ୱେଚ୍ଛାସେବୀଙ୍କୁ ପାଂଚଟି ଦଳରେ ବିଭକ୍ତ କରାଯାଇ ପରିଚ୍ଛନ୍ନତା ଓ ସ୍ୱାସ୍ଥ୍ୟରକ୍ଷା, ଜଳ ସଂରକ୍ଷଣ, ଆବର୍ଜନା ପରିଚାଳନା, ସବୁଜିମା ଓ ଶକ୍ତି ସଂରକ୍ଷଣ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା । ପ୍ରତ୍ୟେକ ଏନ୍ଏସ୍ଏସ୍ ୟୁନିଟ୍ର ୫୦ ଜଣ ସ୍ୱେଚ୍ଛାସେବୀଙ୍କୁ ଏହିପରି ପାଂଚଟି ଦଳରେ ବିଭକ୍ତ କରି ପ୍ରତ୍ୟେକ ଦଳ ପାଇଁ ଏକ ଦଳପତି ଚୟନ କରାଯିବ । ଏହା ଦ୍ୱାରା କ୍ୟାମ୍ପସ୍ରେ ଓ ପୋଷ୍ୟ ଗ୍ରାମରେ ପରିବେଶକୁ ନେଇ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ କାର୍ଯ୍ୟକ୍ରମ କରାଯିବ ଓ ଏକ ଖସଡ଼ା ପ୍ରସ୍ତୁତ ହେବ ବୋଲି ଡ. ଶର୍ମା ସୂଚନା ଦେଇଛନ୍ତି ।
ଏଥିରେ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍), ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍ଚରାଲ୍ ସାଇନ୍ସେସ୍ (ଆଇଏଏସ୍), ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ (ଏସ୍ଏଚ୍ଏମ୍), ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍ସେସ୍ (ଏସପିଏସ୍), ଇନ୍ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍ (ଆଇବିସିଏସ୍) ଓ ସମ୍ ନର୍ସିଂ କଲେଜ (ଏସ୍ଏନ୍ସି)ର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।
ଯେଉଁ ପ୍ରୋଗ୍ରାମ ଅଫିସରମାନେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ସେମାନେ ହେଲେ ଆଇଟିଇଆରରୁ ଡ. ଶାନ୍ତିଲତା ଚମ୍ପତି ଓ ଜୀବନଜ୍ୟୋତି ମହାକୁଡ, ଆଇଏଏସ୍ରୁ ଡ. ଚକ୍ରଧର ପାତ୍ର, ଡ. ସରୋଜ କୁମାର ମହାନ୍ତି, ଡ. ସତ୍ୟ ନାରାୟଣ ଶତପଥି, ସୁକିର୍ତି ମହାନ୍ତି, ରାକେଶ ରୋଶନ ଶତପଥି, ଏସ୍ଏନ୍ସିରୁ ମଧୁସ୍ମିତା ନାୟକ, ଏସ୍ପିଏସ୍ରୁ ଡ. ଶୋଭନ୍ ପଟ୍ଟନାୟକ, ଡ. ରାଜାରାମ ମହାପାତ୍ର, ଏସ୍ଏଚ୍ଏମ୍ରୁ ଡ. ଲଲାଟ ଇନ୍ଦୁ ମିଶ୍ର. ଆଇଏଏସ୍ରୁ ଭାଗ୍ୟଶ୍ରୀ ଖମାରୀ ଓ ଆଇବିସିଏସ୍ରୁ ଅଳକା ସାମନ୍ତରାୟ ।
ଆଗାମୀ ଦିନରେ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଆନୁକୂଲ୍ୟରେ ମହାରାଷ୍ଟ୍ରର ୧୨ଟି ବିଶ୍ୱବିଦ୍ୟାଳୟ ସହିତ ସୋଆ ଏନ୍ଏସ୍ଏସ୍ର ଅନ୍ଲାଇନ୍ ଆଦାନ ପ୍ରଦାନ ସଂସ୍କୃତି, ଚଳଣି, କଳା, ସଂଗୀତ ଆଦି ବିଷୟରେ ହେବ । ସେହିପରି ଉନ୍ନତ ଭାରତ ଅଭିଯାନ ଅନ୍ତର୍ଗତ ପୋଷ୍ୟ ଗ୍ରାମରେ ମଧ୍ୟ ଅନ୍ଲାଇନ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।